ରାତି -୨ ...ପ୍ରାୟ ବାର ବର୍ଷ ତଳର ସେଇ ମନଛୁଆଁ ରିୟା ପରଫ୍ୟୁମ ,ତୀବ୍ର କିନ୍ତୁ ମତୁଆଲା ବାସ୍ନା ; ସେଇ ବାସ୍ନା ସହ ଧିରେଧୀରେ ଶୀତଳ ନିଟୋଳ ହାତଟି ସୁରେଶଙ୍କର ଛାତି ଉପରକୁ ଆସିବା ଭଳି ଲାଗୁଥାଏ ... ସତ୍ୟନଗର ମଶାଣୀରୁ କିଛି ଶ୍ୱାନଙ୍କର ମିଳିତ କ୍ରନ୍ଦନ ସହ ସେ ରାତି ମଧ୍ୟ କାନ୍ଦୁଥାଏ ଯେମିତି ; ସୁରେଶଙ୍କ ମନରେ ଡର ପ୍ରବଳ ଆସୁଥାଏ ,ତଥାପି ସେଇ ସୁଗନ୍ଧ ଯେମିତି ହୃଦୟକୁ ଆବୋରି ରଖୁଥାଏ .... ମୌସୁମୀର ଥଣ୍ଡା ହାତ , ପ୍ରିୟତମାର ହାତ ; ଏଇ ବାଟରେ କୋଉଠି ହଜିଯାଇଥିଲା ମୌସୁମୀ , ଅଠର ବର୍ଷର ଅଭିମାନୀ ମୌସୁମୀ .. ନୂଆ କରି ଲାଜ ଗହଣା ପିନ୍ଧୁଥିବା ମୌସୁମୀ ,ସୁରେଶ୍ ର ପ୍ରତିଟି ଗପ/କବିତାର ଆକଣ୍ଠ ପ୍ରଶଂଶିକା ସେଇ ସୁନ୍ଦରୀ ମୟୂରୀ ମୌସୁମୀ ..... ସୁରେଶ କାର୍ ଭିତରର ଅନ୍ଧାରରେ ସେଇ ବାର ବର୍ଷ ତଳକୁ ଫେରିଯାଉଥିଲେ , ଏଇଠି ଗୋଟେ ଝଙ୍କାଳିଆ ବଉଳ କୋଳି ଗଛ ଥିଲା .. ସେଇ ମୁହଁ ସଂଜ ବେଳେ ମୌସୁମୀର ହାତ ଧରି ସୁରେଶ କହୁଥିଲେ ,"ମୁଁ ମେଡିକାଲ ଏଣ୍ଟ୍ରାନ୍ସ କ୍ଲିଅର କରିଦେଇଛି ସୁମୁ , ମା' ର ସ୍ୱପ୍ନ ପୁରା ହେବ ଏଥର , ତୁମକୁ ମୋ ରାଣୀ କରିନେବି ଆଉ ଛ'ବର୍ଷରେ ।" ... ଓଃ ... ସ୍ମୃତି ଗୁଡା କେତେ ନିଷ୍ଠୁର ,ଯେତେ ଭୁଲିବାକୁ ଚେଷ୍ଟା କଲେ ପୁଣି ଫେରିଆସି ଛାତି ତଳେ ଜମାଟ ବାନ୍ଧି ରହିଯାଉଛି ଯେ ... ସେଇ ନିସ୍ତବ୍ଧ ରାତିରେ ସୁରେଶର ପାଖରେ ମୌସୁମୀ ବ...
Comments
Post a Comment