Skip to main content

Popular posts from this blog

#ନିର୍ଜ୍ଜନ (ଅନେକ ରାତିର କଥା)

ରାତି -୨ ...ପ୍ରାୟ ବାର ବର୍ଷ ତଳର ସେଇ ମନଛୁଆଁ ରିୟା ପରଫ୍ୟୁମ ,ତୀବ୍ର କିନ୍ତୁ ମତୁଆଲା ବାସ୍ନା ;  ସେଇ ବାସ୍ନା ସହ ଧିରେଧୀରେ ଶୀତଳ  ନିଟୋଳ ହାତଟି ସୁରେଶଙ୍କର ଛାତି ଉପରକୁ ଆସିବା ଭଳି ଲାଗୁଥାଏ ...  ସତ୍ୟନଗର ମଶାଣୀରୁ କିଛି ଶ୍ୱାନଙ୍କର ମିଳିତ କ୍ରନ୍ଦନ ସହ ସେ ରାତି ମଧ୍ୟ କାନ୍ଦୁଥାଏ ଯେମିତି ;  ସୁରେଶଙ୍କ ମନରେ ଡର ପ୍ରବଳ ଆସୁଥାଏ ,ତଥାପି ସେଇ ସୁଗନ୍ଧ ଯେମିତି ହୃଦୟକୁ ଆବୋରି ରଖୁଥାଏ ....  ମୌସୁମୀର ଥଣ୍ଡା ହାତ , ପ୍ରିୟତମାର ହାତ ; ଏଇ ବାଟରେ କୋଉଠି ହଜିଯାଇଥିଲା ମୌସୁମୀ , ଅଠର ବର୍ଷର ଅଭିମାନୀ ମୌସୁମୀ .. ନୂଆ କରି ଲାଜ ଗହଣା ପିନ୍ଧୁଥିବା ମୌସୁମୀ  ,ସୁରେଶ୍ ର ପ୍ରତିଟି ଗପ/କବିତାର ଆକଣ୍ଠ ପ୍ରଶଂଶିକା ସେଇ ସୁନ୍ଦରୀ ମୟୂରୀ ମୌସୁମୀ .....  ସୁରେଶ କାର୍ ଭିତରର ଅନ୍ଧାରରେ ସେଇ ବାର ବର୍ଷ ତଳକୁ ଫେରିଯାଉଥିଲେ , ଏଇଠି ଗୋଟେ ଝଙ୍କାଳିଆ ବଉଳ କୋଳି ଗଛ ଥିଲା ..  ସେଇ ମୁହଁ ସଂଜ ବେଳେ ମୌସୁମୀର ହାତ ଧରି ସୁରେଶ କହୁଥିଲେ ,"ମୁଁ ମେଡିକାଲ ଏଣ୍ଟ୍ରାନ୍ସ କ୍ଲିଅର କରିଦେଇଛି ସୁମୁ , ମା' ର ସ୍ୱପ୍ନ ପୁରା ହେବ ଏଥର , ତୁମକୁ ମୋ ରାଣୀ କରିନେବି ଆଉ ଛ'ବର୍ଷରେ ।" ... ଓଃ ... ସ୍ମୃତି ଗୁଡା କେତେ ନିଷ୍ଠୁର ,ଯେତେ ଭୁଲିବାକୁ ଚେଷ୍ଟା କଲେ ପୁଣି ଫେରିଆସି ଛାତି ତଳେ ଜମାଟ ବାନ୍ଧି ରହିଯାଉଛି ଯେ ...  ସେଇ ନିସ୍ତବ୍ଧ ରାତିରେ ସୁରେଶର ପାଖରେ ମୌସୁମୀ ବ...

Passel of little steps ,can change the whole world ...

A little step to darn our environment : An innocuous Diwali for all 👩‍💼👱🤰👩‍👩‍👧‍👦🐕🐿️       DIWALI , an auspicious festival for Hindus , is celebrated every year in India  during early winter to commemorate the returning of Lord Rama to Ayodhya as per Hindu mythology . As a celebration of victory ,this festival is also famous for fire crackers , sweets , get-togethers etc.with much pomp and show . But , this year Honourable Supreme court of India has put a ban on fire crackers  and strict law&orders has been issued for a safer Diwali . This ban has its background lies within the serious COVID19  pandemic ,which already has put the world  in a funk . Why this ban ?      1. COVID 19  is known for its horrible attack on our respiratory system as per the case studies and research . The people with already existing respiratory ailments (e.g. asthma ,bronchitis ,rhinitis etc .) are more vulnerable towards this virus infection ...

ନିର୍ଜ୍ଜନ

        ରାତି -୧  ହସ୍ପିଟାଲ  ଡ୍ୟୁଟି ସାରି ଫେରୁଫେରୁ ରାତି ପ୍ରାୟ ଗୋଟାଏ ହେଲାଣି , ଡାକ୍ତର ସୁରେଶ ସମୟ ଦେଖି କାରର ବେଗ ଟିକେ ବଢ଼େଇଦେଲେ .... ଭୁବନେଶ୍ୱରରେ  ଅଗଷ୍ଟ ମାସର ଗୁଳୁଗୁଳି ,ଆଉ ଦିନସାରା ସେ ଫେସ ସିଲଡ (face shield) ପିନ୍ଧି ରୋଗୀ ଦେଖିଦେଖି ଖୁବ ଥକ୍କା ଲାଗୁଥାଏ ସୁରେଶ ଙ୍କୁ.... କାର ଭିତରେ ଏ.ସି କୁ ଆଉ ଟିକେ ଜୋର କରିଦେଲେ ସୁରେଶ ,ଏଣେ ସ୍ପଟିଫାଇ ଲୁପରେ ମନପସନ୍ଦ ଗାୟକ କୈଳାଶ ଖେରଙ୍କ ପ୍ଲେ ଲିଷ୍ଟ ଅନ ଅଛି .... ସୁଫି ସଙ୍ଗୀତଆରମ୍ଭ ହୁଏ ," ଆଜ ମେରେ ପିୟା ଘର ଆୱେଙ୍ଗେ " .. ମ୍ୟୁଜିକ ସହ ଟିକେ ଗୁଣୁଗୁଣେଇ ଦିଏ ସୁରେଶ , କାର ଏ ଭିତରେ ବାଣୀ ବିହାର ଛକରୁ ରୂପାଲି ଡେଇଁ ସତ୍ୟନଗର କାଳୀ ମନ୍ଦିର ସାମ୍ନାରେ ପ୍ରାୟ । ସେଇ ଗଳିରେ ସିଧା ଆଗକୁ ଯାଇ ଡାହାଣ ପଟକୁ ଗଲେ ପଡ଼େ ପଞ୍ଜାବୀ କଲୋନୀ ,କଲୋନୀର ଆଉ ଟିକେ ଆଗରେ ଡାକ୍ତର ସୁରେଶଙ୍କର ଆପାର୍ଟମେଂଟ, ମେନ ରୋଡ଼ରୁ ଅଢେଇ କିଲୋମିଟର ଭିତରେ ... କିନ୍ତୁ ଏ ନାଇଟ କରଫ୍ୟୁ ପାଇଁ ଶୁନଶାନ ହେଇଯାଇଛି ରାସ୍ତା , ରାସ୍ତାକଡର ବିଜୁଳି ଖୁଣ୍ଟିର  ଆଲୁଅ ସୁରେଶର ଜୀବନ ଭଳି ଖୁବ ଉଦାସୀ । ଏଇ ରାସ୍ତା ତା'ର ଖୁବ ପ୍ରିୟ ଥିଲା ଦିନେ ... ପିଲାଦିନେ ଏଇ ରାସ୍ତାରେ ସାଙ୍ଗସାଥି ନେଇ କ୍ରିକେଟ ଖେଳୁଥିଲା ,ସାଇକେଲ ଚଲଉଥିଲା ; ପୁଣି ଆଦ୍ୟ ଯୌବନରେ ମୌସୁମୀର ହାତ ଧରି ଏଇ ଗଳିରେ ବୁଲେଇ ନେଉଥିଲା ଘରଲୋକଙ୍କୁ...