Skip to main content

#ନିର୍ଜ୍ଜନ (ଅନେକ ରାତିର କଥା)

ରାତି -୨
...ପ୍ରାୟ ବାର ବର୍ଷ ତଳର ସେଇ ମନଛୁଆଁ ରିୟା ପରଫ୍ୟୁମ ,ତୀବ୍ର କିନ୍ତୁ ମତୁଆଲା ବାସ୍ନା ;  ସେଇ ବାସ୍ନା ସହ ଧିରେଧୀରେ ଶୀତଳ  ନିଟୋଳ ହାତଟି ସୁରେଶଙ୍କର ଛାତି ଉପରକୁ ଆସିବା ଭଳି ଲାଗୁଥାଏ ...  ସତ୍ୟନଗର ମଶାଣୀରୁ କିଛି ଶ୍ୱାନଙ୍କର ମିଳିତ କ୍ରନ୍ଦନ ସହ ସେ ରାତି ମଧ୍ୟ କାନ୍ଦୁଥାଏ ଯେମିତି ;  ସୁରେଶଙ୍କ ମନରେ ଡର ପ୍ରବଳ ଆସୁଥାଏ ,ତଥାପି ସେଇ ସୁଗନ୍ଧ ଯେମିତି ହୃଦୟକୁ ଆବୋରି ରଖୁଥାଏ ....  ମୌସୁମୀର ଥଣ୍ଡା ହାତ , ପ୍ରିୟତମାର ହାତ ; ଏଇ ବାଟରେ କୋଉଠି ହଜିଯାଇଥିଲା ମୌସୁମୀ , ଅଠର ବର୍ଷର ଅଭିମାନୀ ମୌସୁମୀ .. ନୂଆ କରି ଲାଜ ଗହଣା ପିନ୍ଧୁଥିବା ମୌସୁମୀ  ,ସୁରେଶ୍ ର ପ୍ରତିଟି ଗପ/କବିତାର ଆକଣ୍ଠ ପ୍ରଶଂଶିକା ସେଇ ସୁନ୍ଦରୀ ମୟୂରୀ ମୌସୁମୀ .....  ସୁରେଶ କାର୍ ଭିତରର ଅନ୍ଧାରରେ ସେଇ ବାର ବର୍ଷ ତଳକୁ ଫେରିଯାଉଥିଲେ , ଏଇଠି ଗୋଟେ ଝଙ୍କାଳିଆ ବଉଳ କୋଳି ଗଛ ଥିଲା ..  ସେଇ ମୁହଁ ସଂଜ ବେଳେ ମୌସୁମୀର ହାତ ଧରି ସୁରେଶ କହୁଥିଲେ ,"ମୁଁ ମେଡିକାଲ ଏଣ୍ଟ୍ରାନ୍ସ କ୍ଲିଅର କରିଦେଇଛି ସୁମୁ , ମା' ର ସ୍ୱପ୍ନ ପୁରା ହେବ ଏଥର , ତୁମକୁ ମୋ ରାଣୀ କରିନେବି ଆଉ ଛ'ବର୍ଷରେ ।" ... ଓଃ ... ସ୍ମୃତି ଗୁଡା କେତେ ନିଷ୍ଠୁର ,ଯେତେ ଭୁଲିବାକୁ ଚେଷ୍ଟା କଲେ ପୁଣି ଫେରିଆସି ଛାତି ତଳେ ଜମାଟ ବାନ୍ଧି ରହିଯାଉଛି ଯେ ...  ସେଇ ନିସ୍ତବ୍ଧ ରାତିରେ ସୁରେଶର ପାଖରେ ମୌସୁମୀ ବସିଥିଲା ଯେ .... ସୁରେଶ ଝାପ୍ସା ଦେଖିପାରୁଥିଲା, ଡର ଠୁ ବେଶୀ ପ୍ରେମ ଥିଲା , ସୁରେଶ ସ୍ୱପ୍ନ ଦେଖୁଥିଲା କି!!!!! 
   ସୁରେଶ ମୌସୁମୀର ଗାଢ଼ କଳା ଆଖିକୁ ଦେଖୁଥିଲା ,ସେଥିରୁ ଝରୁଥିବା ବିନ୍ଦୁବିନ୍ଦୁ ରକ୍ତ ମଧ୍ୟ ... ରାସ୍ତାକଡ଼ ବିଜୁଳିବତୀ ଧପ କରି ଲିଭିସାରିଥିଲା ଅନେକ ବେଳୁ ....ଘର୍ମାକ୍ତ ସୁରେଶ କିଛି ବୁଝିପାରୁନଥିଲା  , ପାଟି ଖନି ମାରୁଥିଲା ; ମେଡିକାଲ କଲେଜର ଶବ ଗୃହରେ ଅନେକ ମୃତ ଶରୀର କାଟିକୁଟି ଦେଖିଚି ସେ ,କିନ୍ତୁ କେବେ ଭୁଲରେ ବି ଚମକିନି ସୁରେଶ ,ମୃତ୍ୟୁକୁ ଅନେକ ଥର ଖୁବ ପାଖରୁ ଦେଖିଚି ହସ୍ପିଟାଲ ରେ .. ହେଲେ ଆଜି ଡର ମାଡ଼ି ପଡୁଛି ଯେମିତି ,ଯାହା ଅପେକ୍ଷାରେ ସେ ବାର ବର୍ଷରୁ ବଞ୍ଚିଛି ସେ ପ୍ରିୟତମାକୁ ଅଶରୀର ପାଖରେ ଅନୁଭଵ କରୁଛି ..... ବାରବର୍ଷର ଅଭିମାନ ଆଉ ପ୍ରଶ୍ନ ଗୁଡେଇ ତୁଡ଼େଇ ହେଉଛି ମନରେ ; ଶେଷରେ ଚେତାଶୂନ୍ୟ ହେବାପୁର୍ବରୁ ସୁରେଶ କେବଳ ଏତିକି କହିପାରିଲେ ,"କୁଆଡେ ହଜିଗଲ ମୌସୁମୀ ମତେ ଏ....କା କରିଦେ...ଇ ...ଇ?" 
Written by
©ସୁଚରିତା

Comments

Popular posts from this blog

St.Botanica Biotin and Collagen Volumizing shampoo : A honest review

Hello Guys , Welcome to "KNOWLEDGE WITH RAINBOW" , with sucharita 🌈.  This is my 1st review on a hair care product which I have used by myself and can't stop myself without sharing my experience with an amazing product . Let's get started .... My hair is of medium length  with an average crown density . Basically ,I used to shampoo my hair thrice a week n do a hair spa at home once a month . Before shampooing ,I did overnight oiling to my hair n washed it with shampoo n then conditioned too .  Here I would like to mention that hairfall is not a concern to me till date . But , last summer I realised that my hair got freezed within 36hrs of shampooing ,even the spa could not help . As I always wish for a fuller crown of hair , I took good care of my hair . Then I changed my hair oil ,my shampoo to a deep hydrating one n did a home spa with spa cream thrice a month ... But , result was disappointing .😑 ...Even I heard about those customized products ,but did not want t...

Passel of little steps ,can change the whole world ...

A little step to darn our environment : An innocuous Diwali for all 👩‍💼👱🤰👩‍👩‍👧‍👦🐕🐿️       DIWALI , an auspicious festival for Hindus , is celebrated every year in India  during early winter to commemorate the returning of Lord Rama to Ayodhya as per Hindu mythology . As a celebration of victory ,this festival is also famous for fire crackers , sweets , get-togethers etc.with much pomp and show . But , this year Honourable Supreme court of India has put a ban on fire crackers  and strict law&orders has been issued for a safer Diwali . This ban has its background lies within the serious COVID19  pandemic ,which already has put the world  in a funk . Why this ban ?      1. COVID 19  is known for its horrible attack on our respiratory system as per the case studies and research . The people with already existing respiratory ailments (e.g. asthma ,bronchitis ,rhinitis etc .) are more vulnerable towards this virus infection ...